paribesa surakhya odia essay
" Paribesa surakhya "ଏକ ଜରୁରୀ ଆବଶ୍ୟକ । Paribesa ପ୍ରଦୂଷଣ ହେତୁ ବହୁ କ୍ଷୟକ୍ଷତି ଘଟି ସାରିଲାଣି । ନାନାବିଧ ଦୁରାରୋଗ୍ୟ ବ୍ୟାଧ ବ୍ୟାପିଲାଣି । ବିରଳ ଜୀବ କ୍ଷୟ ହୋଇ ପ୍ରାକୃତିକ ସମ୍ପଦ ହୀନଶ୍ରୀ ହେଲାଣି । ଆମକୁ " Paribesa surakhya " ପ୍ରତି ଦୃଢ଼ ମାନସିକତା ପୋଷଣ କରିବାକୁ ହେବ । ନଚେତ୍ ଏହାର ମନ୍ଦଫଳ ମାନବ ସମାଜକୁ ହିଁ ଭୋଗିବାକୁ ହେବ ।
"paribesa surakhya odia essay"
* " Paribesa surakhya "*
ଉପକ୍ରମ : ପରିବେଶ କହିଲେ ଆମ ଚତୁଃପାର୍ଶ୍ୱରେ ଥିବା ଅରଣ୍ୟ, ପ୍ରକୃତି , ନଦୀ, ସାଗର ଓ ଅନନ୍ତ ଅରୀକ୍ଷକୁ ବୁଝାଏ । ତେବେ ପ୍ରକୃତି , ଜୀବଜନ୍ତୁ ଓ ମନୁଷ୍ୟର ସମବାୟରେ ପରିବେଶ ହୋଇଛି ପରିପୂର୍ଣ୍ଣ । ଜନ୍ମ ଓ ମୃତ୍ୟୁର ପୃଷ୍ଠଭୂମିରେ ପରିବେଶ ପରିବର୍ଭନର ' ଅନାହତ ଲୀଳା ସଂଘଟିତ ହେଉଛି । ତେବେ ଏହି ସନ୍ତୁଳନ ବିପର୍ଯ୍ୟସ୍ତ ହେଲେ ମନୁଷ୍ୟର ସ୍ଥିତି ଯେ ବିପନ୍ନ ହୋଇଉଠିବ ଏଥିରେ ସନ୍ଦେହ ନାହିଁ ।
ଆବଶ୍ୟକତା : ଏହା ସର୍ବସ୍ବୀକାର୍ଯ୍ୟ ଯେ ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶର ଏକ ପ୍ରମୁଖ ଭୂମିକା ରହିଛି । ମୁଖ୍ୟତଃ ପରିବେଶର ତିନୋଟି ଉପାଦାନ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷିତ ହେଲେ ସମଗ୍ର ଜୀବଜଗତ ଧ୍ବଂସ ପ୍ରାପ୍ତ ହେବ । ତେଣୁ ଏଗୁଡ଼ିକର ସୁରକ୍ଷା ଏକାନ୍ତ ଜରୁରୀ ।
ଜଳର ଅନ୍ୟନାମ ଜୀବନ । ଜଳର ଶୁଦ୍ଧତା ଉପରେ ସମଗ୍ର ଜୀବଜଗତ ନିର୍ଭରଶୀଳ । କିନ୍ତୁ ବୈଜ୍ଞାନିକ ପ୍ରଗତି, ଦ୍ରୁତ ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି ଆଜି ଜଳ ପ୍ରଦୂଷଣର ମୂଳ କାରଣ ହୋଇଛି । ବିଭିନ୍ନ ଶିଳ୍ପ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ ପଦାର୍ଥ, ସହରାଞ୍ଚଳର ଆବର୍ଜନା ଆକି ନଦୀ ଜଳରେ ମିଶି ଜଳକୁ ପ୍ରଦୂଷିତ କରୁଛି । ଏହାର ସୁରକ୍ଷା ଆବଶ୍ୟକ, ସେହିଭଳି ବାୟୁ ପ୍ରଦୂଷଣ ଜୀବଜଗତ ଉପରେ ଗଭୀର ପ୍ରଭାବ ପକାଉଛି । ଦ୍ରୁତ ଜଙ୍ଗଲ କ୍ଷୟ , ବିଭିନ୍ନ ଜାଳେଣି ଦ୍ରବ୍ୟର ବହୁଳ ଉପଯୋଗ ହେତୁ ବାୟୁ ମଣ୍ଡଳରୁ ଅମ୍ଳଜାନ ପରିମାଣ ହ୍ରାସ ପାଉଛି । ଶବ୍ଦ ପ୍ରଦୂଷଣ ମଧ୍ୟ ପରିବେଶକୁ ପ୍ରଦୂଷିତ କରୁଛି । ଏସବୁ ବିପରୀତ ପ୍ରତିକ୍ରିୟାରୁ ପରିବେଶକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଲୋଡ଼ା ।
ସୁରକ୍ଷା ପାଇଁ ପଦକ୍ଷେପ : ବାସ୍ତବିକ ପରିବେଶ ସୁରକ୍ଷା (Paribesa surakhya) ପାଇଁ ଏକ ଆହ୍ବାନର ସମୟ ଉପସ୍ଥିତ । ଏଥିପାଇଁ ବିହିତ ପଦକ୍ଷେପ ନେବା ଜରୁରୀ । ଜଳ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ଆବଶ୍ୟକ । ସାମ୍ପ୍ରତିକ ଶିଳ୍ପ ସମୃଦ୍ଧ ଯୁଗରେ ଶିଳ୍ପାୟନ ପ୍ରତି ଗୁରୁତ୍ବ ପ୍ରଦାନ କରାଯାଉଥିଲେ ମଧ୍ୟ ପରିବେଶର ସୁରକ୍ଷା ପାଇଁ ଧ୍ୟାନ ଦିଆଯିବା ଆବଶ୍ୟକ । ସର୍ବୋପରି ଜନସଚେତନତା ବୃଦ୍ଧି ପରିବେଶ ସୁରକ୍ଷାର ସର୍ବଶ୍ରେଷ୍ଠ ପନ୍ଥା । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ଉଦ୍ୟମ ହେବା ଉଚିତ ।
ଉପସଂହାର : ପରିବେଶ ସୁରକ୍ଷା ଏକ ଜରୁରୀ ଆବଶ୍ୟକ । ପରିବେଶ ପ୍ରଦୂଷଣ ହେତୁ ବହୁ କ୍ଷୟକ୍ଷତି ଘଟି ସାରିଲାଣି । ନାନାବିଧ ଦୁରାରୋଗ୍ୟ ବ୍ୟାଧ ବ୍ୟାପିଲାଣି । ବିରଳ ଜୀବ କ୍ଷୟ ହୋଇ ପ୍ରାକୃତିକ ସମ୍ପଦ ହୀନଶ୍ରୀ ହେଲାଣି । ଆମକୁ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ମାନସିକତା ପୋଷଣ କରିବାକୁ ହେବ । ନଚେତ୍ ଏହାର ମନ୍ଦଫଳ ମାନବ ସମାଜକୁ ହିଁ ଭୋଗିବାକୁ ହେବ ।
Paribesa Surakhya Odia essay 10 lines
ମାନବ ଜୀବନ ପାଇଁ ପରିବେଶ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ |
ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ନୀତି ଏବଂ ଆଇନ ପ୍ରସ୍ତୁତ କରାଯାଇଛି।
ଜଙ୍ଗଲ ନଷ୍ଟ ହେବା ଏବଂ ଏନକାଉଣ୍ଟର ରୋକିବା ପାଇଁ ପରିବେଶ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଛି।
ଜଳ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ କାରଣ ଜଳ ଆମ ଜୀବନର ମୈ।ଳିକ ମୂଳଦୁଆ ଅଟେ |
|ଉଦ୍ଭିଦକୁ ବଞ୍ଚାଇବା ପାଇଁ ବୃକ୍ଷରୋପଣ ଆବଶ୍ୟକ |
ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ପରିଚାଳନା କରିବା ପରିବେଶ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ |
ଶକ୍ତି ସଂରକ୍ଷଣ ଏବଂ ବିଦ୍ୟୁତର ଦକ୍ଷ ଉପଯୋଗ ପରିବେଶ ପାଇଁ ଜରୁରୀ ଅଟେ |
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଏଡ଼ାଇବା ପାଇଁ ସବୁଜ ପୃଷ୍ଠକୁ ସୁରକ୍ଷା ଦେବା ଜରୁରୀ |
ବନ୍ୟଜନ୍ତୁ ଏବଂ ସଂରକ୍ଷଣ ପାଇଁ ପ୍ରାକୃତିକ ସଂରକ୍ଷଣ କ୍ଷେତ୍ରଗୁଡିକ ବ୍ୟାପକ ଭାବରେ ରକ୍ଷଣାବେକ୍ଷଣ କରାଯିବା ଉଚିତ୍ |
ସମସ୍ତ ନାଗରିକ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ୍ |
ଓଡ଼ିଆ କୁଇଜ୍
Trigonometry formula