Rainy season essay in odia | ବର୍ଷାଋତୁ | Odia essay on " rainy season " |

Rainy season essay in odia

 The rainy season is one of the six seasons in our country . It generally includes the months of Ashar and Shravan . But the season extends from June to September every year .The rainy season comes as a great relief after the scorching heat of the summer. 
 Generally the monsoon sets in the middle of June ; there is a lot of heavy rain in June and July . In Odisha when the rains set in , roads becomes muddy.

Rainy season essay in odia

   The rainy season has its dark side as well. It causes a lot of inconvenience to people. 
Although the rainy season causes a lot of inconvenience, it is, on the whole, a blessing to man. Without rain our earth would be dry, barren and unsuitable for human habitation.


ଉପକ୍ରମ : ଗ୍ରୀଷ୍ମଋତୁ ବିଦାୟ ନିଏ । ବର୍ଷା ଆସେ । ଆକାଶରୁ ପାଣି ବରଷେ । ଅଂଶୁଘାତର ଭୟ ମନରୁ ଦୂରେଇ ଯାଏ । ଲୋକେ ଶାରିରେ ନିଃଶ୍ୱାସ ମାରନ୍ତି । ଦକ୍ଷିଣ - ପଶ୍ଚିମ ମୌସୁମୀ ବାୟୁପ୍ରବାହ ଆରମ୍ଭ ହୋଇ ଓଡ଼ିଶାରେ ପ୍ରଚୁର ପରିମାଣରେ ବୃଷ୍ଟି ହୁଏ । 

ପ୍ରାକୃତିକ ଦୃଶ୍ୟ : ଆକାଶରେ ମେଘ ଘୋଟିଯାଏ । ରାତିର ଅନ୍ଧକାରରେ ଅସଂଖ୍ୟ ଜୁଳୁଜୁଳିଆ ପୋକ ସେମାନଙ୍କର ଜ୍ୟୋତି ଦେଖାଇ ହୁଅନ୍ତି । ଵୃକ୍ଷ ପାହାଡ଼ଗୁଡ଼ିକ ସବୁଜ ଦିଶନ୍ତି । ଘାସ ପଡ଼ିଆରେ ନାଲି ଗୁଲୁ ଗୁଲୁ ସାଧବବୋହୁମାନେ ଚାଲନ୍ତି । କେଶୁର ଗଜାମାରେ । ପିଲାଏ ଆନନ୍ଦରେ ଗୀତ ବୋଲନ୍ତି :

      କୃଷକ ଚାଷ କାମରେ ଲାଗିଯାଏ । ରୁଆବେଉସା , ବେଉଷଣ ଇତ୍ୟାଦି କାର୍ଯ୍ୟରେ ବ୍ୟସ୍ତରହେ । ଘଡ଼ଘଡ଼ି , ବିଜୁଳି , ବର୍ଷାକୁ କୃଷକର ଖାତିର ନ ଥାଏ । 

କଦମ୍ବ , କିଆ , କେତକୀ , ଯୁଇ , ଜାଇ , ମଲ୍ଲୀ , ମାଧବୀ , ମାଳତୀ , ଚମ୍ପା , ଚାମେଲୀ , ଟଗର , ନିଆଳୀ , ସେବତୀ , କାଠଚମ୍ପା , ହରଗୌରା ଫୁଲ ଫୁଟି ଜନମନ ହରଣ କରେ । ଜହ୍ନିଫୁଲ ଓ ମନ୍ଦାର ଫୁଲରେ ଗାଁ ଭୂମି ହସି ଉଠେ । ଗାଁ ତୋଟାମାଳ ଇତ୍ୟାଦିରେ ଥିବା ହୁଙ୍କାମାନଙ୍କରେ ଛତୁଫୁଟେ । ବାଉଁଶ ବଣରେ ଡାହୁକ ବୋବାଏ । ସାରୁବୁଦା ମୂଳେ ବେଙ୍ଗ କରି କଟର ଶବ୍ଦ କରେ । ଏସବୁ ଦୃଶ୍ୟ ମନ ଖୁସି କରୁଥିବାବେଳେ କ୍ରମାଗତ ଝଡ଼ବତାସ ଏବଂ ବନ୍ୟା ସମୟେ ସମୟେ ପଲ୍ଲୀ ପ୍ରକୃତିକୁ ବିକୃତ କରିପକାଏ । 

ଉପକାରିତା : ଶୁଖୁଲା ନଈ , ନାଳ ଓ ପୁଷ୍କରିଣୀ ଜଳପୂର୍ଣ୍ଣ ହୋଇଯାଏ । ଜଳଚର ପ୍ରାଣୀମାନେ ଆନନ୍ଦରେ ଭରାପାଣିର ଛାତି ଉପରେ ସନ୍ତରଣ କରନ୍ତି । ବାଡ଼ିବଗିଚା ଫୁଲ , ଫଳ ପନିପରିବାରେ ପୂରିଉଠେ ।  କୃଷକ ପ୍ରଚୁର ପାଣି ପାଇ ରୁଆ ବେଉସା ଇତ୍ୟାଦି କାର୍ଯ୍ୟ ଆନନ୍ଦରେ ସମାପ୍ତ କରିବାକୁ ତତ୍ପର ହୋଇପଡ଼େ । 

ଅପକାରିତା : ଏହି ଋତୁରେ ବନ୍ୟା ହୋଇ ଅନେକ ସମସ୍ୟା ସୃଷ୍ଟିକରେ । ଜମିରେ ବାଲିଚର ମାଡ଼ିଯାଏ । ଶସ୍ୟକ୍ଷେତ୍ର ଅନେକ ଦିନଧରି ପାଣିରେ ବୁଡ଼ିରହିବା ଫଳରେ ଫସଲ ଧୋଇରେ ଯାଏ । କୃଷକ ମୁଣ୍ଡରେ ହାତଦେଇ ବସେ । ଗାଁ ଗଣ୍ଡାରେ ପାଣି ପଶି ବହୁ ଧନଜୀବନ ନଷ୍ଟହୁଏ । ନଦୀକୂଳ ଅତଡ଼ା ଖାଏ । ବୃକ୍ଷମାନ ଉପୁଡ଼ିଯାଇ ପାଣିରେ ଭାସିଯାଆନ୍ତି । ବିଷଧର ସର୍ପମାନେ ଗାଁ ଗଣ୍ଡାକୁ ପଶିଆସି ଆତଙ୍କ ସୃଷ୍ଟି କରନ୍ତି । ବେଳେ ବେଳେ ବନ୍ୟା ସାଙ୍ଗକୁ ବାତ୍ୟା ଦେଖାଦେଇ ପ୍ରଳୟ ସୃଷ୍ଟି କରେ । ସେ ଦୁଃଖ ଅବର୍ଣ୍ଣନୀୟ ହୋଇପଡ଼େ । ସମୁଦ୍ରକୁ ଶଙ୍ଖ ପାଣି ଭଳି ଦୁର୍ଗତମାନଙ୍କୁ ଯେଉଁ ସରକାରୀ ସାହାଯ୍ୟ ମିଳେ ତାହା କିଛି ନୁହେଁ କହିଲେ ଚଳେ । ଭାଗ୍ୟକୁ ଆଦରି ସରଳ ଗ୍ରାମବାସୀ ଭଗବାନଙ୍କୁ ଡାକିବା ସାର ହୁଏ । 

ପର୍ବପର୍ବାଣି : ଶ୍ରୀଗୁଣ୍ଡିଚା ଯାତ୍ରା , ବାହୁଡ଼ାଯାତ୍ରା , ଚିନ୍ତାଲାଗି ଅମାବାସ୍ୟା , ଝୁଲଣ ଉତ୍ସବ ଇତ୍ୟାଦି ବର୍ଷା ଋତୁରେ ମୁଖ୍ୟପର୍ବ । ଚିତାଲାଗି ଅମାବାସ୍ୟାରେ ଘରେ ଘରେ ଚିତୋଉ ପିଠାହୁଏ । ରାକ୍ଷୀପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇମାନଙ୍କୁ ହାତରେ ରାକ୍ଷୀ ବାନ୍ଧନ୍ତି । ଝିଅପିଲାମାନଙ୍କର ଖୁଦୁକୁରୁଣୀ ଓଷା ଏହି ଋତୁରେ ପଡ଼େ । 

ଶେଷକଥା : ବର୍ଷାରତୁ ଯେତିକି ଭଲ ସେତିକି ପୀଡ଼ାଦାୟକ । ତଥାପି ଆମେ ଏହାକୁ ସ୍ଵାଗତ କରୁ । କାରଣ ବରଷା କେବଳ ଉଦ୍ଭିଦର ମିତ୍ର ନୁହେଁ ମାନବର ମଧ୍ୟ ମିତ୍ର ଅଟେ । କବିବର ରାଧାନାଥ ବର୍ଷାରତୁ ସମ୍ବନ୍ଧରେ ନିଜର ସ୍ଵକୀୟ ମତାମତ ଦେବାକୁ ଯାଇ କହିଥିଲେ :

Previous Post Next Post