Odia essay on "ଆଦର୍ଶ ଛାତ୍ର" |Odia essay on "Ideal student" | ଆଦର୍ଶ ଛାତ୍ର ଓଡିଆ ରଚନା

 ବନସ୍ପତିର ଶ୍ୟାମଳ - ଶୀତଳ ସ୍ୱଭାବ ନେଇ ଯେ ସାଧନା କରେ , ସତ୍ୟ ଓ ସଂଯମର ଶପଥ ନେଇ ସେ ବ୍ରହ୍ମଚାରୀ ପାଲଟିଯାଏ ଏବଂ · ଅନୁଶାସନର ଅନୁବନ୍ଧନଦ୍ବାରା ଯେ ଶାସିତ ହୁଏ , ସେ ହିଁ ଯଥାର୍ଥରେ ଶିଷ୍ୟ ବା ଛାତ୍ର । ସେହି ଛାତ୍ରର କଥାବାର୍ତ୍ତା , ଚାଲିଚଳନ , ଆଚାରବିଚାର ତଥା ପୋଷାକପତ୍ରରେ ଅନନ୍ୟ ଅଭିନବତା ଭରି ରହିଥାଏ । ଏକ ସୀମାବଦ୍ଧ ଜୀବନ ନେଇ ଯେ ଅସୀମର ମାର୍ଗଦର୍ଶନ କରିପାରିଥାଏ ଏବଂ ସାଫଲ୍ୟର ବିଜୟୋଲ୍ଲାସରେ ଉଲ୍ଲସିତ ହୋଇଉଠିଥାଏ , ସେ ହିଁ ଆଦର୍ଶ ଛାତ୍ର । ଦେଶ ଗଠନରେ , ସମାଜ ସୁରକ୍ଷାରେ ନାଗରିକ ଜୀବନରେ ଏବଂ ପାରିବାରିକ ସୁସ୍ଥ ସହାବସ୍ଥାନରେ ଜଣେ ଆଦର୍ଶ ଛାତ୍ରର ଭୂମିକା ଅନିବାର୍ଯ୍ୟ ଓ ଅନସ୍ବୀକାର୍ଯ୍ୟ । 

           ପାରିବାରିକ ସୁସ୍ଥ ମଧୁର ପରିଵେଶରେ ଛାତ୍ରଟିଏ ତ।’ର ବାଲ୍ୟଜୀବନର ଅଧିକା଼ଂଶ ସମୟ ଅତିବାହିତ କରିଥାଏ । ସେହି ପରିବାର ତା’ର କୈଶୋରର କଳାକ୍ଷେତ୍ର , ତା’ର ଶୃଙ୍ଖଳା ଓ ଶିଷ୍ଟାଚାର ଶିକ୍ଷଣର ପୃଷ୍ଠଭୂମି । ସେଇଠି ସେ ଉଚ୍ଚାଦର୍ଶର ଆବେଷ୍ଟନୀରେ ବାନ୍ଧି ହୋଇଯାଏ । ପିତାମାତା ତଥା ଗୁରୁଜନଙ୍କର ଶିଷ୍ଟାଚାର , ଆଦର୍ଶ , ଉପଦେଶ ଓ ସୁପରାମର୍ଶ ମାଧ୍ୟମରେ ସେ ଶୃଙ୍ଖଳାର ଆଦର୍ଶ ଉପଲବ୍ଧି କରିଥାଏ । ସେଇଥିପାଇଁ କୁହାଯାଇଛି- “ Charity begins at home. "

          ପରିବାର ପରେ ଶିଶୁ ଶିକ୍ଷାୟତନରେ ପଦାର୍ପଣ କରିଥାଏ । ଏଠାରେ ଶୈକ୍ଷିକ ପରିବେଶ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଆଦର୍ଶ ଚାରିତ୍ରିକ ପ୍ରଭାବହିଁ ଶୃଙ୍ଖଳାଜ୍ଞାନକୁ ଛାତ୍ର ଅନ୍ତରରେ ଉଜୀବିତ କରେ । ନିର୍ଦ୍ଧାରିତ ସମୟରେ ତଥା ଆଗ୍ରହ ଓ ଭକ୍ତି ସହକାରେ ପ୍ରାର୍ଥନା କକ୍ଷରେ ପ୍ରାର୍ଥନା କରିବା , ନିୟମିତ ଶ୍ରେଣୀରେ ଉପସ୍ଥିତ ରହିବା , ନିର୍ଦ୍ଧାରିତ ନିର୍ଘଣ୍ଟଗୁଡ଼ିକରେ ଯଥାରୀତି ଅଧୟନରତ ରହିବା , ଶିକ୍ଷକଙ୍କର ଆଦେଶ , ପରାମର୍ଶ ତଥା ଉପଦେଶକୁ ଯଥାର୍ଥ ଭାବେ ପାଳନ କରିବା , ପଠନକକ୍ଷରେ ସହପାଠୀମାନଙ୍କ ସହ ଉତ୍ତମ ସଂପର୍କ ରକ୍ଷା କରିବା , ବିଦ୍ୟାଳୟର ଉତ୍ସବଗୁଡ଼ିକରେ ଯୋଗଦାନ କରି ସେଗୁଡ଼ିକୁ ଯଥାରୀତି ଉପଭୋଗ କରିବା , ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ୟକ୍ତିଗତ ବୈଶିଷ୍ଟ୍ୟ ପ୍ରଦର୍ଶନ କରିବା ଆଦି କାର୍ଯ୍ୟ ଛାତ୍ରର ଶୃଙ୍ଖଳିତ ଚେତନାକୁ ପରିପୁଷ୍ଟ କରିଥାଏ ।

            ବିଦ୍ୟାଳୟରେ N. C. C. , Scouts , Junior Red Cross ପ୍ରଭୃତି ସଂସ୍ଥାଗୁଡ଼ିକ ମାଧ୍ୟମରେ ଶୃଙ୍ଖଳାଜ୍ଞାନ ବୃଦ୍ଧି ପାଇଥାଏ । ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷକ ଶିକ୍ଷୟିତ୍ରୀଗଣ ଶୃଙ୍ଖଳିତ ପରିବେଶ ସୃଷ୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ର ଜୀବନର ଶୃଙ୍ଖଳିତ ବିକାଶ କ୍ଷେତ୍ରରେ ସେମାନଙ୍କର ଗୁରୁଦାୟିତ୍ଵ ଅନସ୍ବୀକାର୍ଯ୍ୟ । ଛାତ୍ର ହିଁ ଦେଶ ତଥ ! ଜାତିର ମେରୁଦଣ୍ଡ । ନିୟମାନୁବର୍ତ୍ତୀ କର୍ତ୍ତବ୍ୟପରାୟଣ ଶିକ୍ଷକମଣ୍ଡଳୀ ହିଁ ଦେଶର ସେହି ଭାବୀ ନାଗରିକମାନଙ୍କୁ ଉପଯୁକ୍ତଭାବେ ଗଠନ କରିପାରିବେ । ଶୃଙ୍ଖଳା ଓ ସମୟାନୁବର୍ତ୍ତିତାର ଅଭାବରେ ଛାତ୍ର ଜୀବନ ଲକ୍ଷ୍ୟ ସାଧନରେ ବ୍ୟର୍ଥ ହୁଏ । ଶିକ୍ଷାଲାଭ କ୍ଷେତ୍ରରେ ଅସନ୍ତୁଳନ ସୃଷ୍ଟି ହେବା ଯୋଗୁଁ ଆଶାନୁରୂପ ସଫଳତା ମିଳେନାହିଁ । ପିତା - ମାତା , ଗୁରୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବିରାଗଭାଜନ ହୋଇ ଛାତ୍ର ଉଦଭ୍ରାନ୍ତ ତଥା ଦିଗଭ୍ରଷ୍ଟ ହୋଇପଡ଼େ । କେତେବେଳେ ସମାଜବିରୋଧୀ କାର୍ଯ୍ୟରେ ଲିପ୍ତ ହୋଇ ସାମାଜିକ ଜୀବନକୁ କଳୁଷିତ କରିଦିଏ ତ ଆଉ କେତେବେଳେ କୁମାର୍ଗାଚାରୀ ହୋଇ ମାଦକଦ୍ରବ୍ୟ ସେବନ କରି ବିଶୃଙ୍ଖଳିତ ଜୀବନ ଅତିବାହିତ କରେ । ସୁତରା , ବାଲ୍ୟକାଳରୁ ହିଁ ଶୃଙ୍ଖଳାଜ୍ଞାନ ଉପରେ ଗୁରୁତ୍ବାରୋପ କରି ଛାତ୍ର ଜୀବନକୁ କର୍ତ୍ତବ୍ୟପରାୟଣ , ନିୟମାନୁବର୍ତ୍ତୀ ଓ ଶୃଙ୍ଖଳାଧର୍ମୀ କରିବା ଉଚିତ । ମହାମାନବ ଗାନ୍ଧିଜୀ , କବିଗୁରୁ ରବୀନ୍ଦ୍ରନାଥ , ଦେଶଭକ୍ତ ସୁଭାଷ ଆଦିଙ୍କ ଛାତ୍ରଜୀବନ ଶୃଙ୍ଖଳିତ ଥିଲା । ସେମାନଙ୍କର ସେହି ଶୃଙ୍ଖଳିତ ଜୀବନର ମଧୁମୟ ବିକାଶ ଯେଭଳି ମାନବିକତାର ଉତ୍କଳ ଦୃଷ୍ଟାନ୍ତ ସୃଷ୍ଟିକଲା ତାହା ସୁବିଦିତ । 

          ସ୍ଥୁଳତଃ , ଶୃଙ୍ଖଳା ଜୀବନର ଏକ ମୂଲ୍ୟବାନ୍ ସଂପତ୍ତି । ଏହାର ଅଧିକାରୀର ଜୀବନର ମଞ୍ଜୁଳ ବିକାଶ ବାସ୍ତବରେ ପ୍ରଶଂସନୀୟ ହୁଏ । ସୁତରା , ଶୃଙ୍ଖଳା ଜ୍ଞାନକୁ ଶିକ୍ଷାର ଏକ ଅଙ୍ଗରୂପେ ଗ୍ରହଣ କରାଯିବା ଉଚିତ । ଅବଶ୍ୟ ଏଥିନିମନ୍ତେ ଛାତ୍ରମାନଙ୍କୁ ଉପାଦେୟ ପୁସ୍ତକ ଓ ମହାପୁରୁଷମାନଙ୍କ ଜୀବନୀ ପାଠ କରିବା ନିମନ୍ତେ ଉତ୍ସାହିତ କରିବା ବାଞ୍ଛନୀୟ । ଏହାଫଳରେ ଛାତ୍ରମାନେ ଆଦର୍ଶ , କର୍ତ୍ତବ୍ୟପରାୟଣ ଓ ଗଠନଧର୍ମୀ ଲକ୍ଷ୍ୟ ନେଇ ଭାବୀଜୀବନରେ ଦେଶ ତଥା ଜାତିକୁ ପୁନର୍ଗଠିତ କରିବାରେ ସକ୍ରିୟ ଅଂଶଗ୍ରହଣ କରିପାରିବେ ।

Previous Post Next Post