Odia Essay On "My Favourite Game", | "ତୁମର ପ୍ରିୟ ଖେଳ" | Odia Essay For Students

Odia Essay On "My Favourite Game", | "ତୁମର ପ୍ରିୟ ଖେଳ" | Odia Essay For Students

 I love playing football. Football is my favorite sport.
I play football everyday with my friends.Playing football keeps our body healthy and agile.
Football is an outdoor sport played on an open field.
Football is played between two teams. Each team consists of 11 players. This game is of 90 minutes which is played in two parts of 45 minutes each. The world famous football player Cristiano Ronaldo is my favorite player. My favourite game.
This game is a very popular game played internationally.

My favourite game

(ପ୍ରିୟ ଖେଳ)

ଉପକ୍ରମ : ମୋର ପ୍ରିୟ ଖେଳ ହେଉଛି football । ଏହାକୁ ଦେଖିବାରେ ଯେତିକି ଆନନ୍ଦ ଥାଏ , ଖେଳିବାରେ ତା’ଠାରୁ ଥାଏ ଅଧୁକ ଆନନ୍ଦ । ହକି , କ୍ରିକେଟ୍ , ଡୁ - ଡୁ , ବୋହୂଚୋରୀ ପ୍ରଭୃତି ଖେଳପଡ଼ିଆରେ ଖେଳାଯାଉଥିବା ଖେଳମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ୪ଟା ବାଜିଗଲେ ଖେଳପଡ଼ିଆ ଓ ଫୁଟ୍ବଲ୍ ଖେଳ ମୋ ପାଇଁ ସୃଷ୍ଟି କରିଥାଏ ଏକ ଦୁର୍ବାର ଆମନ୍ତ୍ରଣ । 

କ୍ରୀଡ଼ାର ଜନ୍ମସ୍ଥାନ : ଏହାର ଜନ୍ମସ୍ଥାନ ହେଉଛି ଇଂଲଣ୍ଡ । ଆଢ଼ାମ୍ ନ୍ମସ୍ଥାନ : ଏହା ନାମକ ଜନୈକ ବ୍ୟକ୍ତି ତାଙ୍କ ଉଦ୍ୟାନରେ ଗୋଟିଏ ସେଓ ଫଳକୁ ପାଦରେ ଗଡ଼ାଇ ଗଡ଼ାଇ ଏହି ଖେଳର ପରିକଳ୍ପନ। କରି ଥିଲେ ବୋଲି ଐତିହାସିକମାନେ ମତଦିଅନ୍ତି । ପବନପୂର୍ଣ୍ଣ ବର୍ତ୍ତୁଳାକାର ଏକ ପେଣ୍ଡୁକୁ ପାଦରେ ଗଡ଼ାଇ ଗଡ଼ାଇ ଫୁଟ୍‌ବଲ ଖେଳ ଖେଳାଯାଏ । ପ୍ରଥମେ ଖ୍ରୀଷ୍ଟପୂର୍ବ ୨୧୭ରେ ଦର୍ବିଠାରେ ଏ ଖେଳ ଅନୁଷ୍ଠିତ ହେଉଥିଲା । ଇଂଲଣ୍ଡର କ୍ୟାରେ ଓ ଇଟନ୍ ବିଦ୍ୟାଳୟରେ ଏ ଖେଳ ଉପରେ ବିଶେଷ ଜୋର ଦିଆଯାଇଥାଏ । କଥିତ ଅଛି ଯେ ଇଂଲଣ୍ଡର ରାଷ୍ଟ୍ରନୀତିଜ୍ଞ ଓ ସମର ବିଶାରଦ ସେନାପତିଗଣ ଏହି ହ୍ୟୁରୋ ଓ ଇଟନ୍ ବିଦ୍ୟାଳୟର ଖେଳପଡ଼ି ଆରୁ ହିଁ ଗଠିତ ହୋଇଥା’ଛି । 

କ୍ରୀଡ଼ାର ପରିସର : ଗୋଟିଏ ଫୁଟ୍‌ବଲ୍‌ର (football) ପରିଧ ସାଧାରଣତଃ ୨୭ ଇଞ୍ଚରୁ ୨୮ ଇଞ୍ଚ ମଧ୍ୟରେ ରହେ । ଏହାର ଓଜନ ୧୫ ରୁ ୧୬ ଆଉନ୍ମ ମଧ୍ୟରେ ରହିଥାଏ । ଫୁଟବଲ ଖେଳାଯାଉଥିବା ଖେଳପଡ଼ିଆର ଦୈର୍ଘ୍ୟ ୩୩୦ ଫୁଟ୍ ଓ ପ୍ରସ୍ଥ ୨୧୦ ଫୁଟ୍ ହୋଇଥାଏ ।

     ଦୁଇଟି ଦଳ ମଧ୍ୟରେ ଏ ଖେଳ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ଦଳରେ ୧୧ ଜଣ ଲେଖାଏଁ ଖେଳାଳି ରହିଥାନ୍ତି । ସେମାନଙ୍କ ଭିତରୁ ୪ଜଣ Back ୨ ଜଣ half back , ୪ଜଣ forward line ର ଏବଂ ଜଣେ ହେଉଛି Goal keeper , Goal keeper goal post ପାଖରେ ଜଗିରହି ବଲକୁ Goalpost ଭିତରେ ପ୍ରବେଶ କରିବାକୁ ଦିଏ ନାହିଁ । Goalpost ଭିତରେ ବିଲ ପ୍ରବେଶ କଲେ ସଂପୃକ୍ତ ପକ୍ଷ ଗୋଲ୍ ଖାଆନ୍ତି ଏବଂ ପରାସ୍ତ ହୁଅନ୍ତି । ୪୫ ମିନିଟ୍ ପର୍ଯ୍ୟନ୍ତ ଏହି ଖେଳର ସମୟସୀମା ନିର୍ଦ୍ଦିଷ୍ଟ ହୋଇଥାଏ । ଖେଳପରିଚାଳନା କରିଥାନ୍ତି ଜଣେ Refari । ତାଙ୍କ ନିର୍ଦ୍ଦେଶ ଅନୁସାରେ ଖେଳ ପରିଚାଳିତ ହୁଏ । ଖେଳର ନିୟମରେ କୌଣସି ବ୍ୟତିକ୍ରମ ହେବାକୁ ସେ ଦିଅରି ନାହିଁ । ଦର୍ଶକ ମଣ୍ଡଳି ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରନ୍ତି । 

ଉପକାରିତା : ଫୁଟବଲ ଖେଳ ଆମର ଶାରୀରିକ ଓ ମାନସିକ ବିକାଶରେ ସହାୟତା କରିଥାଏ । ଦଉଡ଼ା ଦଉଡ଼ି କରିବା ଫଳରେ ଶାରୀରିକ ବ୍ୟାୟାମ ସାଧୁତ ହୁଏ ଏବଂ ଶରୀର ହୁଏ ଦୃଢ଼ ଓ ମଜଭୁତ୍ । ଏ ଖେଳରେ ଧୈର୍ଯ୍ୟ , ସାହସ , ପ୍ରତ୍ୟୁତ୍ପନ୍ନମତିତା , ସଂଯମ ଓ ଶୃଙ୍ଖଳା ପ୍ରଭୃତି ଲାଭ କରାଯାଏ । ନିଜ ପକ୍ଷରେ ଖେଳାଳିଙ୍କ ପ୍ରତି ସହଯୋଗ ମନୋବୃତ୍ତି ସାଧିତ ହେବା ସଙ୍ଗେ ସଙ୍ଗେ ଅପରପକ୍ଷରେ ଖେଳାଳିଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପୋଷଣ କରିବାକୁ ହୋଇଥାଏ । ଏସବୁକୁ କୁହାଯାଏ ଖେଳାଳିର ଗୁଣ ବା Sports Men's Spirit । ଖେଳରେ ହାରିବା ବା କିଣିବା ନେଇ ଦୁଃଖୁତ ବା ଉଲ୍ଲସିତ ନହୋଇ ସମଚିତ୍ତ ହେବା ଏକାନ୍ତ ବିଧେୟ ।

ଅନୁଭୂତି : ମୁଁ ଅନେକ ସ୍ଥାନରେ ଆମ ସ୍କୁଲ ତରଫରୁ ଫୁଟ୍‌ବଲ୍ ଖେଳରେ ଯୋଗଦେଇଛି । ଥରେ ଖୋର୍ଦ୍ଧା ସ୍କୁଲର ଫୁଟବଲ ଟିମ୍ ସହିତ ଆମ ସ୍କୁଲ ଫୁଟ୍ବଲ୍ ଟିମ୍‌ର ଖେଳ ଅନୁଷ୍ଠିତ ହୋଇଥିଲା । ସେଥିରେ ଜାଣିଶୁଣି ଜଣେ ଦୃଦ୍ଧର୍ଷ ଖେଳାଳି ମୋର ଗୋଡ଼କୁ ଆଘାତ କରିଥିଲେ ଏବଂ ମୁଁ ଗୋଡ଼ଭାଙ୍ଗି ପଡ଼ି ଯାଇଥିଲି । କିନ୍ତୁ ସେ ଟିମ୍ ଖେଳାଳିଙ୍କର ଏବଂ ସେହି ନିର୍ଦ୍ଦିଷ୍ଟ ଖେଳୁଆଡ଼ଙ୍କର ମୋ ପ୍ରତି ପ୍ରକାଶିତ ହୋଇଥିଲା ଅଶେଷ ସ୍ନେହ , ଶ୍ରଦ୍ଧା ଓ ସୌଜନ୍ୟ । ସେ ଘଟଣାକୁ ମୁଁ ଏବେ ମଧ୍ୟ ମୋର ସ୍ମୃତି - ମଞ୍ଜୁଷାରେ ସାଇତି ରଖୁଛି । 

ଶେଷକଥା : କହିବା ବାହୁଲ୍ୟ ଯେ ସମଗ୍ର ଜୀବନଟା ହେଉଛି ଗୋଟିଏ ଖେଳ । ଯେତେବେଳେ ଲୋକ ଶେଷ ନିଃଶ୍ୱାସ ତ୍ୟାଗକରେ ସେତେବେଳେ କୁହାଯାଏ ଯେ ତା’ର ଖେଳ ସରିଗଲା । ଫୁଟବଲ୍ (football) ଖେଳ ଆମକୁ ଦେଉଥିବା ଶିକ୍ଷାଗୁଡ଼ିକୁ ଆମ ଜୀବନରେ ଆମେ ଅନୁବର୍ତ୍ତନ କଲେ ବିଶେଷ ଲାଭାନ୍ବିତ ଯେ ହୋଇପାରିବା ଏଥିରେ ସନ୍ଦେହ ନାହିଁ ।



Trigonometry formula
Previous Post Next Post