odishara krushak odia essay | "ଓଡ଼ିଶାର କୃଷି ଓ କୃଷକ" Odia essay | Odia essay on farmer
ମନୁଷ୍ୟ ନିମନ୍ତେ ଧୂଳିର ଧରଣୀରେ ବଞ୍ଚି ରହିବାର ମୁଖ୍ୟ ଉପାଦାନ ଖାଦ୍ୟ , ଯାହା ସେ ସଂଗ୍ରହ କରେ କୃଷି ମାଧ୍ୟମରେ । ପ୍ରଚଣ୍ଡ ବୈଶାଖର ପ୍ରଖର ରୌଦ୍ରତାପ , ...... ଶ୍ରାବଣୀ ବର୍ଷାର ନିଝୁମ ବାରିଧାରା , ..... ଜରତୀ ଶୀତର ନିର୍ମମ ପୀଡ଼ାକୁ ଭୁକ୍ଷେପ ନ କରି , ଯେଉଁ ମାଟିର ସନ୍ତାନ କୃଷିକୁୁ ସାକାର କରେ ସେ ହିଁ ହେଉଛି ' ଏ ଦେଶର ମେରୁଦଣ୍ଡ ଆଉ ଜାତିର ରକ୍ଷକ କୃଷକ । କୃଷି ତା’ର ବୃଦ୍ଧି ତଥା ତା’ର ଜୀବନଧାରଣର ପ୍ରଲମ୍ବିତ ମାର୍ଗ । କୃଷି ଓ କୃଷକ ପରସ୍ପର ଓତପ୍ରୋତ ଭାବେ ଜଡ଼ିତ । ଗୋଟିଏ ଚନ୍ଦ୍ର ହେଲେ ଅନ୍ୟଟି ତା’ର ଜ୍ୟୋତ୍ସା , ଆଉ ଗୋଟିଏ ପୁଷ୍ପ ହେଲେ ଅନ୍ୟଟି ତା’ର ସୁରଭି ।
ସୁଜଳା - ସୁଫଳା — ଶସ୍ୟଶ୍ୟାମଳା ଉତ୍କଳ ପ୍ରାକୃତିକ ଅବସ୍ଥିତି ତଥା ପରିବେଶ ଦୃଷ୍ଟିରୁ ଏକ କୃଷିଭିତ୍ତିକ ରାଜ୍ୟ । ତେଣୁ ଆପାତତଃ ଏହି ରାଜ୍ୟର ଅଶୀଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥା'ନ୍ତି । ଓଡ଼ିଶାର ଉପକୂଳ ଅଞ୍ଚଳର ମୃତ୍ତିକା ନଦୀବାହିତ ପଟୁମାଟି ଦ୍ଵାରା ଗଠିତ ହେତୁ ଉର୍ବର । ଏହି ଅଞ୍ଚଳରେ ନଦୀଜଳ ତଥା କେନାଲଜଳର ସୁବିଧା ଥିବା ହେତୁ , ଏଠାର ପରିବେଶ କୃଷିକାର୍ଯ୍ୟ ନିମନ୍ତେ ଉପଯୋଗୀ । ପରନ୍ତୁ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳର ଜମି ଅନୁର୍ବର , ଜଳସେଚନର ସୁବିଧା ନାହିଁ ଏବଂ ଆଦିମ ଅଧିବାସୀଗଣ ବୃଷ୍ଟିଜଳ ଉପରେ ନିର୍ଭରଶୀଳ ହେତୁ ଏହି ଇଲାକା କୃଷି ଉପଯୋଗୀ ନୁହେଁ । ଏଠାର ଗିରିଜନମାନେ କୃଚିତ୍ କୃଷିକାର୍ଯ୍ୟ କରିଥା'ନ୍ତି । ସମତଳ ଅଞ୍ଚଳର କୃଷକଗଣଙ୍କର କୃଷି ମୁଖ୍ୟ ଜୀବିକା । କୃଷିଜାତ ଦ୍ରବ୍ୟଗୁଡ଼ିକ ମଧ୍ୟରେ ଧାନ , ମୁଗ , ବିରି , କୋଳଥ ଆଦି ପ୍ରଧାନ , ଯେଉଁଗୁଡ଼ିକ କୃଷକମାନେ ଜମିରୁ ଆମଦାନି କରିଥାନ୍ତି ।
ଓଡ଼ିଶାର କୃଷି ଓ କୃଷକର କାର୍ଯ୍ୟଧାରା ସମ୍ବନ୍ଧରେ ଆଲୋଚନା କଲେ , ପ୍ରଥମେ ମନେପଡ଼େ ହଳେ ବଳଦ ଓ ଗୋଟିଏ ଲଙ୍ଗଳି ସହ କୃଷିକ୍ଷେତ୍ରକୁ ଯାତ୍ରା କରୁଥିବା ଏକ ଦୁର୍ବଳ ମାନବର ପ୍ରତିଛବି । ଏହି ବ୍ୟକ୍ତି ହିଁ ଓଡ଼ିଶାର କୃଷକ । ଅକ୍ଷୟ ତୃତୀୟାର ପବିତ୍ର ଦିବସରେ ଜମିରେ ବିହନ ବୁଣା କାମ ଆରମ୍ଭ କରି ଲକ୍ଷ୍ମୀଦେବୀଙ୍କର ଅନୁଗ୍ରହ ପ୍ରାର୍ଥନା କରେ ତା’ପରେ ଚାଲେ କୃଷିକାର୍ଯ୍ୟର ପୃଷ୍ଠଭୂମିରେ ତା’ର ଦୈନନ୍ଦିନ ଜୀବନର କର୍ମପ୍ରବାହ । ରୌଦ୍ରତାପର ପ୍ରଚଣ୍ଡ ଢାଳା ତା’ର ପ୍ରାଣରେ ନୈରାଶ୍ୟ ଆଣିପାରେ ନାହିଁ କିମ୍ବା ଶ୍ରାବଣର ଅବାରିତ ବାରିଧାରାରେ ବିଦ୍ୟୁତ୍ର ଘନଘନ , ସ୍ପୁରଣ ମଧ୍ୟରେ ବଜ୍ରପାତର ଦୁଃସହ ନିନାଦ ତାକୁ ଭୟବିଜଡ଼ିତ ବା ହତୋତ୍ସାହ କରି ପାରେ ନାହିଁ । ପରିଶେଷରେ ପକ୍ବଶାଳୀପୂର୍ଣ୍ଣ କେଦାରର ଚିତ୍ତ ବିମୋହକ ଛବି ତା'ର ସ୍ବପ୍ନିଳ ଚକ୍ଷୁରେ ଆଙ୍କିଦିଏ ଅଫୁରନ୍ତ ଆନନ୍ଦର ଜୁଆର । ମାଟିର ଦେହକୁ ମାଟି କରି ସୁନା ଫଳାଇବାରେ ସତେ ଯେପରି ତା’ର ଅପାର ଆନନ୍ଦ । ଏଥିପାଇଁ ନାହିଁ ଦୁଃଖ , ନାହିଁ କ୍ଲାନ୍ତି , ନାହିଁ କ୍ଲାନ୍ତି , ନାହିଁ ବିଷାଦ । ସତେ ଯେପରି ସବୁକିଛି କର୍ମର ଆହ୍ବାନରେ ପ୍ରଚୋଦିତ ଆଉ ସ୍ଵତଃସ୍ଫୂର୍ତ୍ତ । ଚିର କର୍ମମୟ ଜୀବନରେ କିଛି ସରସ , ସୁନ୍ଦର , ମଧୁମୟ ଆସୁର ସୃଷ୍ଟି ନିମନ୍ତେ ସେ ପର୍ବପର୍ବାଣିଗୁଡ଼ିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିଥାଏ । ସାଂସାରିକ ଜଞ୍ଜାଳର ଜ୍ବାଳା ଓ କର୍ମଜନିତ କ୍ରାନ୍ତି ତଥା ଅବସାଦ ଅପନୋଦନ ପୂର୍ବକ ନୂତନ କର୍ମସ୍ପୃହାର ବିକାଶ କରିଥାଏ ,ଏହି ପର୍ବପର୍ବାଣିଗୁଡ଼ିକ ଅକ୍ଷୟ ତୃତୀୟା , ଗର୍ଭଣା ସଂକ୍ରାନ୍ତି , ବକୁଳ ଅମାବାସ୍ୟା , ଶିବରାତ୍ରି , ଦୋଳୋତ୍ସବ , ସାବିତ୍ରୀ ବ୍ରତ , ମାଣବସା ଆଦି ପର୍ବଗୁଡ଼ିକୁ ମହା ହାନନ୍ଦରେ ପାଳନ କରି ନିଜକୁ ଧାର୍ମିକ ଭାବନାରେ ତଲ୍ଲୀନ କରି ପାରିବାରିକ ସ୍ନେହ , ଶ୍ରଦ୍ଧା , ଆନ୍ତରିକତା ଓ ସଦିଚ୍ଛାକୁ ବହୁଗୁଣିତ କରେ ।
ଅତୀତରେ କୃଷକ ନିଜ ପରିବାରର ପ୍ରତିପୋଷଣ ନିମନ୍ତେ ଅକ୍ଷମ ଥିଲା । ଅଭାବ ଅନଟନର ଚକ୍ରବ୍ୟୁହ ମଧ୍ୟରେ ଧନଲିପ୍ସୁ ସାହୁକାରର ନିର୍ମମ ଅତ୍ୟାଚାରର ଶିକାର ହେଉଥିଲେ । ଲଙ୍ଗଳ ଆଉ ଲୁହାଫାଳର ବ୍ୟବହାର , ହଡ଼ାବଳଦଙ୍କ ସହାୟତା ତାକୁ କୃଷିକର୍ମରେ ସଫଳତା ପ୍ରଦାନ କରି ପାରୁନଥିଲା । ଜ୍ଞାନର ଅଭାବ ଯୋଗୁଁ କୃଷି ପ୍ରଣାଳୀରେ ଉନ୍ନତ ପନ୍ତା ଆଚରଣ କରି ନ ପାରିବା ହେତୁ ଉତ୍ପାଦନ ବୃଦ୍ଧି ଘଟୁନଥିଲା ।
ପରନ୍ତୁ ଆଜି ଏ ଦୁର୍ଦ୍ଦିନର ଶେଷ ହୋଇଛି । ଆଉ ସାହୁକାରର ନିଷ୍ପେଷଣ ନାହିଁ କି ଅନ୍ୟାୟ ଅତ୍ୟାଚାର ନାହିଁ । କୃଷି ଓ କୃଷକର ସର୍ବବିଧ ଉନ୍ନତି ନିମନ୍ତେ ସରକାରଙ୍କର ପ୍ରଚେଷ୍ଟା ଅବ୍ୟାହତ ରହିଛି । ବିହନ ଯୋଗାଣ , ବଳଦ କ୍ରୟ ଓ ସାର ଯୋଗାଣ କ୍ଷେତ୍ରରେ କୃଷକ ପାଇଁ ରିହାତି ଦର ପ୍ରବର୍ତ୍ତନ କରାଯାଇଛି । ଆବଶ୍ୟକ କ୍ଷେତ୍ରରେ ବ୍ୟାଙ୍କ ମାଧ୍ୟମରେ ଋଣ ମଞ୍ଜୁର କରାଯାଇ କୃଷକର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାରଉଦ୍ୟମ କରାଯାଉଛି । ଚକବନ୍ଦୀ ନିୟମ ପ୍ରଣୟନ ଓ ଜଳସେଚନର ସୁବ୍ୟବସ୍ଥା କରି ସରକାର ଅଧିକ ଶସ୍ୟ ଅମଳ ନିମନ୍ତେ କୃଷକକୁ ପ୍ରେରଣା ପ୍ରଦାନ କରୁଛନ୍ତି । କୃଷକର ଭାବୀ ଜୀବନକୁ ସମୃଦ୍ଧ କରିବା ନିମନ୍ତେ ‘ କୃଷି ବୀମା ଯୋଜନା ’ କାର୍ଯ୍ୟକାରୀ କରାଯାଉଛି । ଚଳଚ୍ଚିତ୍ର ଓ ରେଡ଼ିଓ ମାଧ୍ୟମରେ ଉନ୍ନତ କୃଷିପ୍ରଣାଳୀ ଓ ଉତ୍ପାଦନ ବୃଦ୍ଧିର ଉପାୟ ଅବଲମ୍ବନର ଦୃଶ୍ୟ ପ୍ରଦର୍ଶନ ଏବଂ ପରାମର୍ଶ ପ୍ରଦାନ କରାଯାଉଛି ।
କୃଷିହଁ ଆମର ଜାତୀୟ ସମ୍ପଦ ଓ କୃଷକହିଁ ଏହି ସମ୍ପଦ ନୌକାର କାଣ୍ଡାରି । କୃଷକର ଜୀବନଧାରାର ଉନ୍ନତି ଓ ଉତ୍ସାହରେ ଜାତିର ଗର୍ବ ତଥା ଗୌରବ ବହୁଗୁଣିତ ହେବ । ତା’ର ଜୀବନ ଛନ୍ଦ ମଧୁର , ସମୃଦ୍ଧି ରୁଚିର ହେଲେ ପଲ୍ଲୀଭୂମି ସବୁଜ ଶ୍ୟାମଳ ହୋଇଉଠିବ । ସେଥିପାଇଁ କୃଷକକୁ କେବଳ ବାକ୍ୟରେ ନୁହେଁ ସମାଜରେ ଉଚ୍ଚ ସ୍ଥାନ ପ୍ରଦାନ କରି , ଜୟ କିଶାନ ' ଧ୍ବନିର ସାର୍ଥକତା ପ୍ରତିପାଦନ କରିବାକୁ ହେବ ! କୃଷକର ଶିକ୍ଷା , ସ୍ବାସ୍ଥ୍ୟ ଓ ସାମାଜିକ ଉନ୍ନତିକୁ ଜାତିର ସାମୂହିକ କର୍ମ ଭାବେ ବିବେଚନା କରି ସରକାର ଆବଶ୍ୟକୀୟ ଯୋଜନା କାର୍ଯ୍ୟକାରୀ କଲେ । ଦେଶର ମେରୁଦଣ୍ଡ ସୁଦୃଢ଼ ହେବ ଓ ସ୍ଵାଧୀନତୋର ଭାରତର ପ୍ରଗତି । ଗତିଶୀଳ , ଚଳଚଞ୍ଚଳ ଏବଂ ତ୍ବରାନ୍ବିତ ହେବ ।
Trigonometry formula