Odia essay on "Flood" | ଓଡ଼ିଶାର ବନ୍ୟା ସମସ୍ୟା

Odia essay on flood>

Odia essay on flood

hdjdhdg

 ଉପକ୍ରମ : ଉତ୍କଳ ହେଉଛି ବନ୍ୟା , ବାତ୍ୟା , ମହାବାତ୍ୟା , ଦୁର୍ଭିକ୍ଷ ଓ ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ରାଜ୍ୟ । ତେଣୁ ପ୍ରାକୃତିକ ସୃଷମା ଓ ଅମୂଲ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଥାଇ ମଧ୍ୟ ସୁଜଳା , ସୁଫଳା , ଶସ୍ୟଶ୍ୟାମଳା ରତ୍ନଗର୍ଭା ଉତ୍କଳ ଭୂଇଁ ସବୁବେଳେ ଦାରିଦ୍ର୍ୟର କଷାଘାତରେ ପ୍ରିୟମାଣ । ବନ୍ୟା ବିପଭି ବର୍ଷକୁ ବର୍ଷ ଲାଗିରହି ଉତ୍କଳୀୟ ଜନତାର ଯେ ମନୋବଳ ଭାଙ୍ଗିଦେଉଛି , ଏଥିରେ ସନ୍ଦେହ ନାହିଁ । 

କେତେକ ବନ୍ୟାର ଅପାସୋରା ସ୍ମୃତି : ଓଡ଼ିଶାରେ ବହୁବାର ବନ୍ୟା ସଂଘଟିତ ହୋଇଛି । ତା ’ ଭିତରେ ୧୯୫୫ ମସିହାର ବନ୍ୟା ରଖିଯାଇଛି ଏକ ନିଦାରୁଣ ସ୍ମୃତି । ୧୯୫୫ ମସିହା ପରେ ଅନେକ ଥର ବନ୍ୟା ସମସ୍ୟା ଓଡ଼ିଶାରେ ଦେଖାଦେଇଛି ; ମାତ୍ର ୧୯୮୨ ମସିହାର ବନ୍ୟା ଓଡ଼ିଶାବାସୀଙ୍କ ସ୍ମତିରେ ତିନିଗାର ହୋଇ ରହିଯାଇଛି । ୧୯୮୨ର ବନ୍ୟା ଯେପରି ତାଣ୍ଡବଲୀଳା ସୃଷ୍ଟି କରିଥିଲା ଏବଂ ଧନଜୀବନର କ୍ଷୟକ୍ଷତିଘଟାଇଥିଲା , ତାହା ବିଗତ ଏକଶତାବ୍ଦୀ ମଧ୍ୟରେ ଓଡ଼ିଶାବାସୀ ଅଙ୍ଗେ ନିଭେଇ ନଥିଲେ । ୨୦୦୧ ଏବଂ ୨୦୦୨ ରେ ମଧ୍ୟ ଓଡ଼ିଶାରେ ବନ୍ୟା ସଙ୍କଟ । ଦେଖାଦେଇଛି କିନ୍ତୁ ୨୦୦୩ ମସିହାର ବନ୍ୟା ଓଡ଼ିଶାବାସୀଙ୍କ ପାଇଁ ଆଣିଦେଇଛି ଘୋର ଦୁର୍ଦ୍ଦିନ । ଏହି ବନ୍ୟାରେ ୩୯ଟି ବଡ଼ ଧରଣର ଘାଇ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ୧୦୮୦ ଟି ଛୋଟ ଧରଣର ଘାଇ ସୃଷ୍ଟି ହୋଇଥିଲା । ୨୦୦୮ ମସିହାରେ ବନ୍ୟା ବିଶେଷ କ୍ଷତି ସାଧନ କରି ନ ଥିଲେ ମଧ୍ୟ ଏହା ଓଡ଼ିଶା ପାଇଁ ଭୟପ୍ରଦ ଥିଲା । 

ପ୍ରତିକାର : ହୀରାକୁଦ ବନ୍ଧ ନିର୍ମିତ ହେବା ପରେ ଓଡ଼ିଶାର ବନ୍ୟା ବିଶେଷ ଭାବେ ନିୟନ୍ତ୍ରିତ ହୋଇପାରିଛି । ସେହିପରି ଯଦି ବିଭିନ୍ନ ସ୍ଥାନରେ ଅନୁରୂପ ବନ୍ଧମାନ ନିର୍ମିତ ହୁଏ , ତା ’ ହେଲେ ଓଡ଼ିଶାର ବନ୍ୟା ସମସ୍ୟା ଅନେକାଂଶରେ ହ୍ରାସ ପାଇବ । ତା ’ ଛଡ଼ । ଓଡ଼ିଶାର ଅନ୍ୟାନ୍ୟ ନଦୀମାନଙ୍କରେ ଯଦି ନଦୀବନ୍ଧ ଯୋଜନାମାନ କାର୍ଯ୍ୟକାରୀ ହୁଏ , ତା ’ ହେଲେ ବନ୍ୟା ସମସ୍ୟାର ସଫଳ ସମାଧାନ ହୋଇପାରିବ ଏବଂ ବିଦ୍ୟୁତ୍ ଉତ୍ପାଦନର ଅଭାବ ଘଟିବ ନାହିଁ । 

ଦୁର୍ବଳ ବନ୍ଧ ମରାମତି କାର୍ଯ୍ୟ : ଦୁର୍ବଳ ନଦୀବନ୍ଧଗୁଡ଼ିକୁ ଉପଯୁକ୍ତ ଭାବେ ମରାମତି କରି , ସେଗୁଡ଼ିକୁ ସୁଦୃଢ଼ କରାଯିବା ଆବଶ୍ୟକ । କିନ୍ତୁ ଏ ବିଷୟରେ ସରକାରୀ ଉଦାସୀନତା ପ୍ରକାଶ ପାଉଛି । ବନ୍ଧ ମରାମତି କାର୍ଯ୍ୟରେ କଣ୍ଟ୍ରାକ୍ଟର ଓ ନିର୍ବାହୀ ଯନ୍ତ୍ରୀମାନେ ସେମାନଙ୍କର ସାଧୁତା ଓ ଆନ୍ତରିକତା ପ୍ରଦର୍ଶନ ନ କରିବା ଫଳରେ ଏ ବର୍ଷ ଘାଇ ହୋଇଥିବା ସ୍ଥାନରେ ପୁଣି ଆସନ୍ତା ବର୍ଷ ଘାଇ ହେଉଛି ଏବଂ ଜନଜୀବନ ହେଉଛି ବିପନ୍ନ ।

ପ୍ରାକ୍ - ପ୍ରସ୍ତୁତି ତ୍ରୁଟିହୀନ ହେବା ଆବଶ୍ୟକ : ବନ୍ୟା ଆସିବା ପୂର୍ବରୁ ବନ୍ୟା ସହାୟତା କାର୍ଯ୍ୟପାଇଁ ପ୍ରାକ୍ - ପ୍ରସ୍ତୁତି ତ୍ରୁଟିହୀନ ହେବା ଏକାନ୍ତ ଆବଶ୍ୟକ । ରାଜସ୍ବ ପର୍ଷଦରେ ଆବଶ୍ୟକ ସଂଖ୍ୟକ ଫାଇବର ବୋଟ୍ ଏବଂ ଦେଶୀ ଡଙ୍ଗା ବନ୍ୟାପୀଡ଼ିତ ବ୍ୟକ୍ତିଗଣଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ କରି ରଖାଯିବା ଆବଶ୍ୟକ । ଡଙ୍ଗା ଚାଳକମାନଙ୍କୁ ଉପଯୁକ୍ତ ଭାବେ ତାଲିମ୍ ଦିଆଯାଇ ସେମାନଙ୍କୁ ଲୋକଙ୍କର ଉଦ୍ଧାର କାର୍ଯ୍ୟପାଇଁ ଦକ୍ଷ ଓ ପାରଦର୍ଶୀ କରି ଗଢ଼ିତୋଳିବା ଏକାନ୍ତ ଜରୁରୀ । ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହାୟତା ଗ୍ରହଣ କରିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଇବା ଉଚିତ୍ । 

ଶେଷକଥା : ପ୍ରାକୃତିକ ବିପର୍ଯ୍ୟୟ ଯେତେ ଭୟଙ୍କର ହେଉ ପଛେ , ତା’ର ଯଥାର୍ଥ ମୁକାବିଲା କରିବାର ସାମର୍ଥ୍ୟ ମଣିଷ ପାଖରେ ରହିଛି । ମନୀଷୀ କାର୍ଲମାକ୍ସ କହିଛନ୍ତି ଯେ , ମଣିଷର ବୁଦ୍ଧି ତୀକ୍ଷ୍ମଣ ଓ ଶାଣିତ । ତେଣୁ ସମସ୍ୟା ଯେଡ଼େ ଗମ୍ଭୀର ହେଲେ ମଧ୍ୟ ତା’ର ସମାଧାନ କରିବା ପାଇଁ ମଣିଷର ମୈର୍ଯ୍ୟ , ସାହସ ବା ବୁଦ୍ଧିର ଅଭାବ ନାହିଁ । ତେଣୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ମଣିଷ ସତତ ଯତ୍ନଶୀଳ ହେବା ଆବଶ୍ୟକ । ଆଧୁନିକ ଯୁଗରେ ମଣିଷ ଯେତେବେଳେ ମହାକାଶ ଯାତ୍ରା କରି ଗ୍ରହରୁ ଗ୍ରହାନ୍ତରକୁ ଗତି କରିପାରୁଛି , ସେତେବେଳେ ଏ ପୃଥିବୀ ପୃଷ୍ଠର କୌଣସି ସମସ୍ୟା ତା’ର ସମାଧାନର ବଳୟ ବାହାରକୁ ଚାଲିଯାଇ ପାରିବା ନାହିଁ । ତେଣୁ ବନ୍ୟା ବିପତ୍ତିର ପ୍ରତିକାର ବ୍ୟବସ୍ଥା ମଣିଷ ପାଇଁ ଯେ ଆଗାମୀ ଦିନମାନଙ୍କରେ ଏକ ସମସ୍ୟା ହୋଇ ଛିଡ଼ା ହେବ , ଏକଥା ଭାବି କାତର ହୋଇ ଉଠିଲେ , ମଣିଷ ନିଜ ଶକ୍ତି ସାମର୍ଥ୍ୟର ଯେ ଅବମୂଲ୍ୟାୟନ କରୁଛି , ଏହାହିଁ ଭାବିବାକୁ ପଡ଼ିବ ।

Previous Post Next Post